| 3426 |
ଅନୁପନୀତ |
- Anupanita (ସଂ.ବିଣ.) - (ଯାହାର ଉପନୟନ ହୋଇ ନାହିଁ ବା ଯେ ଉପରକୁ ନିଆ ଯାଇ ନାହିଁ) ଅବ୍ରତୁଆ; ଯଜ୍ଞୋପବୀତ ଦ୍ୱାରା ସଂସ୍କୃତ ହୋଇ ନ ଥିବା Not invested with the sacred thread.
- ଅଦୀକ୍ଷିତ; ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି ନ ଥିବା Uninitiated by the spiritual preceptor.
- ଏକ ସ୍ଥାନରୁ ଅନ୍ୟସ୍ଥାନକୁ ଆନୀତ ହୋଇ ନ ଥିବା Not conveyed from one place to another.
- ଉପରକୁ ଉଠା ଯାଇ ନ ଥିବା Not lifted up.
|
| 3427 |
ଅନୁପପତ୍ତି |
- Anupapatti (ସଂ.ବି.) - ଯୁକ୍ତିରେ ପରାସ୍ତ ହେବା Failure in argument.
- ପ୍ରମାଣ କରି ନ ପାରିବା Failure in demonstration.
- ଅସଂଲଗ୍ନତା Inconsistency.
- ଅସଙ୍ଗତି Want of means.
- ଅସଙ୍ଗତଯୁକ୍ତି Irrational or worthless reasoning.
|
| 3428 |
ଅନୁପପନ୍ନ |
- Anupapanna (ସଂ.ବିଣ.) - (ଯେ ଉପପନ୍ନ ନୁହେ) ଯୁକ୍ତିଦ୍ୱାରା ପରାସ୍ତ; ଅଯୁକ୍ତ Failed in argument.
- ଅପ୍ରମାଣିତ; ଅସିଦ୍ଧ Not demonstrated or proved.
|
| 3429 |
ଅନୁପପାଦକ |
- Anupapādaka (ସଂ.ବି.) - ବୁଦ୍ଧବିଶେଷ; ଧ୍ୟାନୀବୁଦ୍ଧ A class of Buddhas.
|
| 3430 |
ଅନୁପମ |
- Anupama (ସଂ.ବିଣ.) - ଉପମାରହିତ; ଅନୁପମ; ଅଦ୍ୱିତୀୟ Matchless; incomparable; paragon.
- ଅଦ୍ୱିତୀୟ Peerless; unequalled.
|