| 3001 |
ଅନଳ |
- Anaḻa (ସଂ.ବି.) - ଅଗ୍ନି; ନିଆଁ Fire.
- ଅଗ୍ନି ଦେବତା The God of Fire.
- ଜଠରାନଳ; ଜୀର୍ଣ୍ଣଶକ୍ତି Digestive; power; gastric juice.
- ପିତ୍ତ Bile.
- ଅଷ୍ଟାବସୁଙ୍କ ମଧ୍ୟରୁ ଷଷ୍ଠ ବସୁ The sixth of the eight Basu Deities.
- ଚିତାମୂଳ; ଧଳାଚିତା ଓ ନାଲିଚିତା ଗୁଳ୍ମ Plumbago Zeylanica and Rosea.
- ଦେହାଭ୍ୟନ୍ତରସ୍ଥ ବାତ Wind inside the body.
- ଭଲ୍ଲାତକ; ଭାଲିଆ Marking-nut.
- ର ଅକ୍ଷର The letter 'Ra'. 1
- ୩ ସଂଖ୍ୟା The number '3'.
- (ଜ୍ୟୋତିଷ) ବୃହସ୍ପତିଙ୍କର ପଞ୍ଚାଶତ୍ତମ ବର୍ଷ (astronomy) The fiftieth year of the planet Jupiter's cycle.
- (ଜ୍ୟୋତିଷ) କୃତ୍ତିକାନକ୍ଷତ୍ର (astronomy) The 3rd lunar mansion; the pleidas.
- ବସୁଦେବଙ୍କ ନାମ A name of Basudeba.
- ମର୍କଟବିଶେଷ Name of a monkey.
- ମୁନିବିଶେଷ Name of a sage.
- ପିତୃବିଶେଷ A class of manes.
- ଆତ୍ମା; ଜୀବାତ୍ମା The soul.
- ବିଷ୍ଣୁ A name of Bishṇu.
- ପରମେଶ୍ୱର; ପରଂବ୍ରହ୍ମ The Supreme Being.
|
| 3002 |
ଅନଳଂକରିଷ୍ଣୁ |
- Anaḻaṁkarishṇu (ସଂ.ବି.) - ଯେ ଅଳଙ୍କାର ପିନ୍ଧେ ନାହିଁ Not given to the use of ornaments.
- ଅନଳଂକୃତ Unornamented.
|
| 3003 |
ଅନଳଦ |
- Anaḻada (ସଂ.ବିଣ.) - ଅଗ୍ନିଦ; ଯେ ନିଆଁ ଲଗାଏ; ଘରପୋଡ଼ିଆ Incendiary; one who sets fire to house etc.
- ଯେ ନିଆଁକୁ ନିଭାଏ Quenching fire.
- ଯେ ଉତ୍ତାପକୁ କମାଏ Reducing heat.
- (ଯାହା ଅନଳ ବା ତାପକୁ ଛେଦନ କରେ ବା ଦୂର କରେ) ଜଳ Water.
|
| 3004 |
ଅନଳଦୀପନ |
- Anaḻadīpana (ସଂ.ବି.) - ଜୀର୍ଣ୍ଣଶକ୍ତି ବର୍ଦ୍ଧକ Stomachic; exciting digestion.
|
| 3005 |
ଅନଳନଳ |
- Anaḻanaḻa (ଗ୍ରା.ଅ.) - ଅସମ୍ବନ୍ଧଭାବରେ Inchoherently.
- ଅନିୟମିତରୂପେ Irregularly.
- ଭଲ ମନ୍ଦ ସବୁକୁ ନିର୍ବିଚାରରୂପେ ମିଶାଇବା Promiscuously.
|