Language Section

 

 

 

 

 

 

Dictionary : View_page

ID Main Word Content
2896 ଅନନ୍ତ୍ୟ
  1. Anantya (ସଂ.ବିଣ.) - ଯାହାର ସୀମା ନାହିଁ  Infinite.
  2. ଚିର External.
  3. (ସଂ.ବି.) - ଅନନ୍ତକାଳ Eternity.
  4. ଅନନ୍ତଦେଶ Infinity.
2897 ଅନନ୍ବୟ
  1. Ananwaya (ସଂ.ବିଣ.) - ପୁତ୍ରପୌତ୍ରାଦି ହୀନ; ଆଣ୍ଠୁକୁଡ଼ା Issueless
  2. ଯେଉଁ ପଦ ଅନ୍ୟ ପଦଦ୍ୱାରା ଅନ୍ୱିତ ନୁହେ A word not governed by any other word.
  3. (ସଂ.ବି.) - ଅର୍ଥାଳଙ୍କାରବିଶେଷ; ଯେଉଁ ରଚନାରେ ଉପମାନ ଓ ଉପମେୟ ଏକ ବସ୍ତୁରେ ପର୍ଯ୍ୟବସିତ ହୁଏ। (ଏଥିର ତାତ୍ପର୍ଯ୍ୟ ଏହି ଯେ ଉକ୍ତ ବସ୍ତୁର ଉପମା ଦେବାକୁ ସଂସାରରେ ଆଉ କିଛି ନାହିଁ) A figure in Rhetoric in which a thing is compared to itself showing that it is matchless.
  • ଅନନ୍ୱୟା -  (ସ୍ତ୍ରୀ)
2898 ଅନନ୍ବିତ
  1. Ananwita (ସଂ.ବିଣ.) - ଯେଉଁ ପଦ ଅନ୍ୟ ପଦଦ୍ୱାରା ଅନ୍ୱିତ ନୁହେ; ଯେଉଁ ପଦର ପୂର୍ବାପର ସମ୍ବନ୍ଧ ନାହିଁ  (a word) Not governed by any other word.
  2. ଅସମ୍ବଦ୍ଧ; ଅସଙ୍ଗତ Unconnected; incoherent.
  3. ଅନିୟମିତ  Irregular; desultory.
2899 ଅନନ୍ୟ

Also : [ ଅନନ୍ୟତା, ଅନନ୍ୟତ୍ୱ ]

  1. Ananya (ସଂ.ବିଣ.) -  (ଯାହା ଅନ୍ୟ ବସ୍ତୁ ବା ବିଷୟ ନୁହେ) ସ୍ୱକୀୟ; ଆପଣାର Own.
  2. ଏକାନ୍ତ ଆସକ୍ତ Exclusively devoted; devoted to no one else.
  3. ଅଭିନ୍ନ; ସେହି ଏକା Identical; selfsame.
2900 ଅନନ୍ୟକର୍ମ୍ମା
  1. Ananyakarmmā (ସଂ.ବିଣ.) - ଯାହାର (ନିର୍ଦ୍ଦିଷ୍ଟ କର୍ମ ଛଡ଼ା) ଅନ୍ୟ କର୍ମ, ବ୍ୟବସାୟ ବା ଜୀବିକା ନାହିଁ Having no other occupation, employment or vocation.
Page 580 of 605



expoodisha.com

 

Other Dictionary