| 2681 |
ଅଧୋବାସ |
Also : [ ଅଧରବାସ, ଅଧୋବସ୍ତ୍ର ]
- Adhobāsa (ସଂ.ବି.) - ନାଭି ବା ଅଣ୍ଟାଠାରୂ ତଳକୁ ପିନ୍ଧାଯିବା ଲୁଗା (ଯଥା - ଧୋତି; ପାଇଜାମା) Cloth worn below the navel or waist.
- ସଭା ତଳେ ଦେହକୁ ଲାଗି ପିନ୍ଧାଯିବା ଲୁଗା (ଯଥା - କଉପୁନି; କାଛା; ଜଂଘିଆ) Under-wear; a sheet of cloth worn immediately on the private parts.
- ଅସ୍ତର୍; କୋଟ୍ ଆଦିର ତଳେ ଦିଆଯିବା କନା Lining of a coat.
|
| 2682 |
ଅଧୋବିନ୍ଦୁ |
Also : [ ଅଧରସ୍ବସ୍ତିକ ]
- Adhobindu (ସଂ.ବି.) - ଗଗନ ମଣ୍ଡଳର ଯେଉଁ କଳ୍ପିତ ବିନ୍ଦୁ ଆମ୍ଭମାନଙ୍କ ପାଦ ତଳେ ପୃଥିବୀର ଅପରଦିଗରେ ଅବସ୍ଥିତ The Nadir.
|
| 2683 |
ଅଧୋଭକ୍ତ |
- Adhobhakta (ସଂ.ବି.) - ଭୋଜନାନ୍ତେ ପିଆଯିବା ପାଣି Water taken after meal.
- ଖାଇସାରିବା ପରେ ଖିଆଯିବା ଔଷଧ A dose of medicine which is taken after a meal.
|
| 2684 |
ଅଧୋଭାଗ |
- Adhobhāga (ସଂ.ବି.) - ନିମ୍ନଭାଗ The lower part.
- ନାଭିଠାରୁ ତଳକୁ ଥିବା ଦେହର ଅଂଶ The part of the body below the navel.
- ପାତାଳ The nether regions.
|
| 2685 |
ଅଧୋଭୁବନ |
- Adhodhubana (ସଂ.ବି.) - ପାତଳ The nether regions.
|