Language Section

 

 

 

 

 

 

Dictionary : View_page

ID Main Word Content
2661 ଅଧୋ
  1. Adho (ଦେ.ଅ.) ଅଧଃ; ନିମ୍ନ  Below. 
2662 ଅଧୋଇଆ

Also : [ ଅଧୋୟା ]

  1. Adhoiā (ଦେ.ବିଣ.) - ଯେଉଁ ଅଞ୍ଚଳ ଧୋଇଆ ନୁହେ ଆର୍ଥାତ୍ ଯେଉଁ ଅଞ୍ଚଳର ଫସଲ ଆଦି ନଈବଢ଼ିରେ ଧୋଇ ହୋଇ ଯାଏ ନାହିଁ  (tracts of county) Not subject to flood.
2663 ଅଧୋଂଶୁକ

Also : [ ଅଧୋବସ୍ତ୍ର ]

  1. Adhoṁṡuka (ସଂ.ବି.) - (ଅଧଃ+ଅଂଶୁକ) (ମଧ୍ୟପଦଲୋପୀ; ଅଧଃ+ବସ୍ତ୍ର) ନାଭି ବା ଅଣ୍ଟାଠାରୂ ତଳକୁ ପିନ୍ଧାଯିବା ଲୁଗା (ଯଥା - ଧୋତି; ପାଇଜାମା) Cloth worn below the navel or waist.
  2. ସଭା ତଳେ ଦେହକୁ ଲାଗି ପିନ୍ଧାଯିବା ଲୁଗା  (ଯଥା - କଉପୁନି; କାଛା; ଜଂଘିଆ) Under-wear; a sheet of cloth worn immediately on the private parts.
  3. ଅସ୍ତର୍‌; କୋଟ୍ ଆଦିର ତଳେ ଦିଆଯିବା କନା  Lining of a coat.
2664 ଅଧୋକ୍ଷ
  1. Adhoksha (ସଂ.ବିଣ.) ଅତୀନ୍ଦ୍ରିୟ; ଇନ୍ଦ୍ରିୟର ଅଗୋଚର Imperceptible by the senses.
  2. ଶଗଡ଼ର ଅଖତଳେ ଥିବା Situated below the axle.
  3. ଯେ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଅଛି One who has his organs under control.
  4. (ସଂ.ବି.) - ପାଦ; ଗୋଡ଼ Leg; foot.
2665 ଅଧୋକ୍ଷଜ
  1. Adhokshaja (ସଂ.ବିଣ.) (ଅଧଃ=ଅଧଃକୃତ ହୋଇଅଛି; ଅକ୍ଷଜ = ଇନ୍ଦିୟଜ ବା ପ୍ରତ୍ୟକ୍ଷ ଜ୍ଞାନ ଯାହାଙ୍କ ଦ୍ୱାରା; କିମ୍ବା ଅଧୋକ୍ଷ = ପାଦରୁ ଜାତ; ସୃଷ୍ଟିର ଏକ କଳ୍ପରେ ବିଷ୍ଣୁ ମହାଦେବଙ୍କ ପାଦରୁ ଜନ୍ମିଥିବାର ପୁରାଣରେ ଅଛି)— ବିଷ୍ଣୁଙ୍କର ନାମବିଶେଷ A name of Bishṇu
Page 533 of 605



expoodisha.com

 

Other Dictionary