| 246 |
ଅକଷ୍ଟବନ୍ଧ |
- Akashṭabandha (ସଂ.ବି.) - (ଯାହାଠାରୁ ବଳି କଷ୍ଟତର ବନ୍ଧନ ନାହିଁ) ଅତି ଗୁରୁତର କାରାବନ୍ଧନ; କଠିନ କାରାବାସ। Rigorous confinement.
|
| 247 |
ଅକଷ୍ଟଲବ୍ଧ |
- Akashṭalabdha (ସଂ.ବିଣ.) - ସହଜଲବ୍ଧ; ବିନା କଷ୍ଟରେ ମିଳିଥିବା Got easily.
|
| 248 |
ଅକଷ୍ଟଲଭ୍ୟ |
- Akashṭalabhya (ସଂ.ବିଣ.) - ସହଜଲଭ୍ୟ; ଯାହା ସହଜରେ ଲାଭ କରାଯାଇପାରେ Easily attainable.
|
| 249 |
ଅକସ୍ମାତ୍ |
Also [ ଅକସ୍ମାତେ ]
- Akasmāt (ସଂ.ଅ.) - କାରଣ ବର୍ଣ୍ଣୀତ ହୋଇ ନ ପାରିବା ପ୍ରକାରେ Without any apparent or assignable cause.
- ହଠାତ୍ Suddenly.
- ଅପ୍ରତ୍ୟାଶିତରୂପେ Unexpectedly; accidentally.
- (ଦେ.ବିଣ.) (ସଂ. ଆକସ୍ମିକ) ଆକସ୍ମିକ Sudden.
- ଅପ୍ରତ୍ୟାଶିତ Unexpected.
- ଜ୍ଞାତ କାରଣ ବିନା ଘଟିବା Happening without any assignable cause.
|
| 250 |
ଅକହ |
Also [ ଅକଥ୍ୟ ]
- Akaha (ଦେ.ବିଣ.) - ଅନିର୍ବଚନୀୟ; ଅକଥନୀୟ Unspeakable.
|