| 2226 |
ଅଦର୍ଶ |
- Adarṡa (ସଂ.ବି.) - ଅମାବାସ୍ୟା Day of new moon.
- ଆଦର୍ଶ; ଦର୍ପଣ Mirror.
|
| 2227 |
ଅଦର୍ଶନ |
- Adarṡana (ସଂ.ବି.) - ଦେଖା ନ ଯିବା Non-appearance.
- ଦର୍ଶନାଭାବ; ନ ଦେଖିବା Non-seeing.
- ବେଖାତିର୍ Disregard.
- ଅବହେଳା Neglect.
- ଦୃଷ୍ଟିରୁ ଅନ୍ତର ହେବା ଅବସ୍ଥା Disappearance.
- ବିନାଶ Destruction; cessation.
- ଅଭାବ Non-existence; want.
- ଆଖିକୁ ଦେଖା ନ ଯିବା କିନ୍ତୁ ଭିତରେ ବିଦ୍ୟମାନ ଥିବା ଅବସ୍ଥା Latent condition.
- (ବହୁବ୍ରୀହି) ଦୃଷ୍ଟିର ବହିର୍ଭୂତ Beyond the reach of vision.
- ଅଦୃଶ୍ୟ Invisible.
- ଗୁପ୍ତ Secret.
- ବାହାରକୁ ଦେଖା ନ ଯିବା Latent.
|
| 2228 |
ଅଦର୍ଶନୀୟ |
- Adarṡanīya (ସଂ.ବିଣ.) - ଯାହା ଦେଖିବା ଅନୁଚିତ ବା ଅଯୋଗ୍ୟ Not fit to be seen; not worth seeing.
- ଅଦୃଶ୍ୟ Invisible.
- (ସଂ.ବି.) - ଦୃଷ୍ଟିର ଅଗୋଚର ହେବା ଅବସ୍ଥା; ଅଦୃଶ୍ୟ ଅବସ୍ଥା Invisible condition.
|
| 2229 |
ଅଦଲ୍ |
- Adal (ବୈ.ବିଣ.) - (ଆ. ଅଦଲ୍=ନ୍ୟାୟ; ନିଷାପ) ନାମଞ୍ଜୁର ବା ରଦ୍ କରାଯାଇଥିବା (ଆଦେଶ) Set aside; nullified (order)
- ଲଙ୍ଘିତ; ଅବଜ୍ଞାତ (ଆଦେଶ) Disobeyed; disregarded (Order).
- (ପ୍ରା. ବାଲେଶ୍ୱର) (ଲୁଣପୋକ୍ତାନି ହେବା କାଳରେ ବ୍ୟବହୃତ ଶବ୍ଦ) ମରା ହେବା ଲୁଣ ଓଜନ ହୋଇ ଗୋଲାରେ ରଖାଗଲେ ତା ଉପରେ ମରାଯିବା ଚିହ୍ନ ବା ଛାପ (a term used in Balasore salt-manufacture) A mark put on salt after it was weighed and stored in the warehouse.
|
| 2230 |
ଅଦଲ୍ଦାର |
Adaldār (ବି.) - (ପ୍ରା. ବାଲେଶ୍ୱର) (ଲୁଣପୋକ୍ତାନି ହେବା କାଳରେ ବ୍ୟବହୃତ ଶବ୍ଦ) ଓଜନ ହୋଇ ଗୋଲା ଜାତ ହେବା ଲୁଣରେ ଚିହ୍ନ ମାରିବା କର୍ମଚାରୀ An officer whose duty was to affix a mark or seal on the manufactured salt after it was weighed and stored in the warehouse.
|