| 1946 |
ଅତିଚର |
- Atichara (ସଂ.ବି.) - ଅତି ପରିବର୍ତ୍ତନଶୀଳ Very changeable.
- ଅତି ଅଳ୍ପକାଳସ୍ଥାୟୀ Very brief; transient.
|
| 1947 |
ଅତିଚରଣା |
Category : [ Offensive ]
- Aticharaṇā (ସଂ.ବି.) - ସ୍ତ୍ରୀମାନଙ୍କର ରୋଗବିଶେଷ (ଯାହାଦ୍ୱାରା ଏକାଧିକବାର ମୈଥୁନ ନ କଲେ ରୋଗିଣୀ ତୃପ୍ତ ହୁଏ ନାହିଁ) (ହିନ୍ଦି ଶବ୍ଦସାଗର) A female-disease.
- (ବୈଦ୍ୟକ ମତାନୁସାରେ) ଅତ୍ୟନ୍ତ ମୈଥୁନରେ ସୁଦ୍ଧା ତୃପ୍ତ ନ ହେବା ସ୍ତ୍ରୀର ଯୋନି The female organ of a woman who is not satisfied with moderate coition.
|
| 1948 |
ଅତିଚରା |
- Aticharā (ସଂ.ବିଣ.) - ଅତିଚରର ସ୍ତ୍ରୀଲିଙ୍ଗ Feminine of atichara.
- (ସଂ.ବି.) - ସ୍ଥଳପଦ୍ମ ଗୁଳ୍ମ A plant; Hibiscus Mutabilis.
|
| 1949 |
ଅତିଚାର |
- Atichāra (ସଂ.ବି.) - ଏକ ରାଶିର ଭୋଗକାଳ ସମାପ୍ତ ନ ହେଉଣୁ କୌଣସି ଗ୍ରହର ଅନ୍ୟ ରାଶିକୁ ଚଳନ Accelerated motion of a planet from one sign to another.
- ନିୟମ ଲଘଂନ Transgression; violation of rules.
- ଅତିଚରୀ (ପୁ)
- ଅତିଚାରିଣୀ (ସ୍ତ୍ରୀ)
|
| 1950 |
ଅତିଚ୍ଛତ୍ର |
Category : [ Plant ]
- Atichchhatra (ସଂ.ବି.) - ଜଳ ତୃଣ Aquatic grass.
- ଧାନ କିଆରିରେ ମାଡ଼ିବା ଏକପ୍ରକାଏ ଝାମ୍ପୁଡ଼ା ଘାସ A kind of bushy weed growing in paddy-fields.
|