| 686 |
ଅଗୁରୁଆ |
- Aguruā (ଦେ.ବିଣ.) - ଯେଉଁ ଲୋକର କେହି ଗୁରୁ ନାହିଁ; ଉପଦେଶକବିହୀନ, ଅଣଗୁରୁଆ Preceptorless; (a person) having no preceptor.
- ସହଜ (ବିଦ୍ୟା) ପ୍ରାଣୀ ଜନ୍ମତଃ ଯେଉଁ ବିଦ୍ୟା ଜାଣେ ଓ ଯାହା ଶିକ୍ଷା ଦେବା ପାଇଁ ଗୁରୁ ଲୋଡ଼ା ହୁଏ ନାହିଁ (an art) Which is not acquired from a teacher but got by instinct; innate.
- ଯେଉଁ ବିଦ୍ୟା କୌଣସି ନିର୍ଦ୍ଦିଷ୍ଟ ଗୁରୁଙ୍କଠାରୁ ରୀତିମତେ ଶିକ୍ଷା କରାଯାଇ ନ ଥାଏ (an art) Which a person has not regularly learnt from any particular teacher
|
| 687 |
ଅଗୁରୁ ଚନ୍ଦନ |
Category : [ Botany ]
- Aguru chandana (ସଂ.ବି.) - [ ପର୍ଯ୍ୟାୟ ] ଅଗୁରୁ; ପ୍ରବର; ଲୋହ; ଯୋଗଜ; କାଳୀୟକ; ବଂଶିକ; କୃମିଜଗ୍ଧ; ଆନାର୍ଯ୍ୟକ; କାଳାନୁସାର୍ଯ୍ୟ ଓ. ଅଗରଚନ୍ଦନ। - ଅଗର ଚନ୍ଦନ; ସୁଗନ୍ଧ କାଷ୍ଠବିଶେଷ; କୃଷ୍ଣ ଚନ୍ଦନ Aloes wood; Agalochia; Aquilaria Agalocha (kirtikar). [1]
|
| 688 |
ଅଗୁରୁ ବିଦ୍ୟା |
- Aguru bidyā (ଦେ.ବି.) - ସହଜ ବିଦ୍ୟା; ଗୁରୁପଦେଶ ବିନା ଆୟତ୍ତ ହେବା ବିଦ୍ୟା Matter or art learnt without the aid of any preceptor. [1]
|
| 689 |
ଅଗୁଳି |
- Aguḻi (ଗ୍ରା.ବି.) - ପ୍ରସ୍ଥ; ଓସାର Breadth; width
- (ଗ୍ରା.ବିଣ.) - ପ୍ରଶସ୍ତ Broad.
- (ଦେ.ବିଣ.) - (ସଂ.) ଅଗ୍ରଣୀ Advancing in the forefront.
|
| 690 |
ଅଗୁଳୁଆ |
- Aguḻuā (ଦେ.ବିଣ.) - ଲଘୁ; ହୀନ Small; low.
|