| 41 |
ଅଇରି ଖପରା ବଇରି ବା |
- Airi khaparā bairi bā (ଦେ.ବି.) - ଅତ୍ୟନ୍ତ ନିର୍ଦ୍ଧନ ଓ ଅଭାବଗ୍ରସ୍ତ ଅବସ୍ଥା। State of poverty and want.
|
| 42 |
ଅଇରି ଗଉଡ଼ |
- Airi gauṟḍ̠a (ଦେ.ବି.) - ଶୂଦ୍ରଜାତୀୟ ଯାଯାବର ନଟବିଶେଷ। ଏ ଜାତିର ପୁରୁଷମାନେ ନାନାପ୍ରକାର କୁହୁକ ଓ ମଲ୍ଲକ୍ରୀଡ଼ା ଦେଖାନ୍ତି ଓ ସ୍ତ୍ରୀମାନେ ଭୂମିରେ ପୋତା ହେବା ବାଉଁଶ ଉପରେ ନାନାବିଧ କସରତ୍ ଦେଖାନ୍ତି A caste of vagrant athletes who exhibit feats of magic and athletic feats and whose women perform wonderful feats on the top of bamboos.
- ଗଉଡ଼ମାନଙ୍କର ଉପଜାତି ବିଶେଷ A subcaste of cowherds.
|
| 43 |
ଅଇରି ଗଉଡ଼ୁଣୀ |
- Airi gauṟḍ̠uṇī (ଦେ.ବି.) - ଅଇରି ଗଉଡ଼ଜାତୀୟା ସ୍ତ୍ରୀ। (ଗଡ଼ଜାତରେ ଏମାନଙ୍କୁ ବାଉଁଶରାଣୀ କହନ୍ତି) A female of the Airi gauṟḍ̠a caste.
|
| 44 |
ଅଇରିତା |
- Airitā (ଦେ.ବି.) - ବୈର, ଶତ୍ରୁତା Enmity.
- ଦ୍ୱେଷ, ଅହନ୍ତା Grudge.
|
| 45 |
ଅଇଲା |
- Ailā (ଦେ.ବିଣ) - ଆସିଥିବା (ବ୍ୟକ୍ତି) (one) Who has come.
- ଆସୁଥିବା Coming.
- (ଦେ.କ୍ରି) - ଆସିବା ଧାତୁର ଅତୀତ କାଳ। (ଅନାଦରାର୍ଥକ ତୃତୀୟ ପୁରୁଷ ଏକବଚନ ସେ) ଆସିଲାର ବିକଳ୍ପରୂପ। A form of (he) came.
|