| 4261 |
ଅପହ୍ନୁତ |
- Apahnuta (ସଂ.ବିଣ.) - ଗୋପିତ; ଲୁକ୍କାୟିତ Concealed.
- ଅସ୍ୱୀକୃତ Denied.
|
| 4262 |
ଅପା |
- Apā (ଦେ.ବି.) - ବଡ଼ ଭଉଣୀ Elder sister.
- ତେଲଙ୍ଗା ଶୁଦ୍ରମାନଙ୍କର ବଂଶୋପାଧିବିଶେଷ A family title among the Telgu-Sūdras.
|
| 4263 |
ଅପାଉତି |
- Apāuti (ଗ୍ରା.ପଦ୍ୟ.) - (ଅପହଞ୍ଚ) ଦୁଷ୍ପ୍ରାପ୍ୟ Unattainable.
- (ଯାହା) ଦୂରରେ ବା ଉଚ୍ଚରେ ଥିବାରୁ ଯାହାକୁ ହାତ ପାଏ ନାହିଁ Which cannot be reached; beyond the reach of one's hand.
- ଯାହା ଲକ୍ଷ୍ୟ ସ୍ଥାନରେ ପହଞ୍ଚେ ନାହିଁ Not reaching the aim or target.
- ଅପ୍ରାପ୍ତ Not received.
|
| 4264 |
ଅପାଂକ୍ତେୟ |
- Apāṁkteya (ସଂ.ବିଣ.) - (ଯେ ପଂକ୍ତିରେ ବସିବାର ଅଯୋଗ୍ୟ; ସମାଜରେ ଅନ୍ୟମାନଙ୍କ ସଙ୍ଗେ ଏକ ପଂକ୍ତିରେ ବସି ଭୋଜନ କରିବା ପାଇଁ ଯାହାକୁ ବାରଣ କରାଯାଏ) ଏକଘରିଆ; ସମାଜଚ୍ୟୁତ Excomminicated; outcasted.
- ଅସାମାଜିକ Unsocial
- ଅଶ୍ରେଣୀବଦ୍ଧ Not formed into a line or series.
|
| 4265 |
ଅପାଂନିଧି |
- Apāṁnidhi (ସଂ.ବିଣ.) - ସମୁଦ୍ର The sea.
- ବିଷ୍ଣୁ Bishṇu
|