| 4121 |
ଅପମାନଜନକ |
- Apamānajanaka (ସଂ.ବିଣ.) - ଯାହା ଅପମାନ ଜନ୍ମାଏ; ନିନ୍ଦାଦାୟକ Disgraceful; compromising one's dignity.
|
| 4122 |
ଅପମାନିତ |
- Apamānita (ସଂ.ବିଣ.) - ଅପମାନଗ୍ରସ୍ତ; ଅନାଦୃତ Slighted.
- ହତାଦରପ୍ରାପ୍ତ Dishonoured; disgraced.
- ତିରଷ୍କୃତ Affronted; rebuked.
- ଅପମାନିତା - (ସ୍ତ୍ରୀ)
- ଅପମାନ - (ବି.)
|
| 4123 |
ଅପମାରଗ |
Also : [ ଅପାମାର୍ଗ, ଅପମାରଙ୍ଗ ]
- Apamāraga (ସଂ.ବି.) - (ଏହାର କ୍ଷାର ଦ୍ୱାରା ପୂର୍ବେ ଲୁଗା ସଫା କରାଯାଉଥିବାରୁ ଏହାର ନାମ) ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ; (ଏହାର ଫୁଲରେ ଗୁଡ଼ିଏ ମୁନିଆଁ କଣ୍ଟା ଥାଏ। ଏହାର ଭସ୍ମ ଔଷଧରେ ଲାଗେ। ଏହାର ଦାନ୍ତକାଠି ଘସିଲେ ବାତରୋଗ ଭଲହୁଏ; ଏ ଗୁଳ୍ମ ଉଚ୍ଚରେ 3 ଫୁଟ ବଢ଼େ) A herbarious plant; Achyranthus aspera; the prickly chafflower.
- (ସଂ. ନାମ) - ଆଘାତ; ଶେଖରିକ; ଶିଖରା; ଶିଖରୀ ମମ୍ଭୁରକ; ଖରମଞ୍ଜରୀ; ଅପାଙ୍ଗକ
|
| 4124 |
ଅପମାଲୁ |
- Apamālu (ଗ୍ରା.ବି.) - ମିଷ୍ଟାନ୍ନବିଶେଷ; ଅମାଲୁ; ମାଲପୁଆ A sort ot sweet cake fried with ghee.
- ଓଡ଼ିଶାର ଏକ ପାରମ୍ପରିକ ମିଷ୍ଟାନ୍ନ ବା ପିଠା। ଶ୍ରୀମନ୍ଦିରର ଷୋହଳ ପୂଜାରେ ମଧ୍ୟ ଏହି ପିଠାର ଭୋଗ ଲାଗି ହୋଇଥାଏ। A traditional dessert or cake of Odisha. This cake is also offered during the sixteen pujas of the temple.
|
| 4125 |
ଅପମୃତ୍ୟୁ |
- Apamṛutyu (ସଂ.ବି.) - ଅପମୃତ୍ୟୁ Untimely death.
- ଅପଘାତ ମୃତ୍ୟୁ Accidental death
|