Language Section

 

 

 

 

 

 

Dictionary : View_page

ID Main Word Content
296 ଅକାର୍ଯ୍ୟ

Also [ ଅକାମ ]

  1. Akārj̄ya (ସଂ.ବି.) ଦୁଷ୍କର୍ମ; କୁତ୍ସିତକର୍ମ Misdeed.
  2. ଅବୈଧ କର୍ମ; ଅନୁଚିତ କର୍ମ Improper act. 
  3. ଅପରାଧ Crime.
  4. ବୃଥାକାର୍ଯ୍ୟ; ନିଷ୍ପ୍ରୟୋଜନ କର୍ମ  Unnecessary act.
  5. କାର୍ଯ୍ୟର ଅଭାବ Want of work or employment. 
  6. କ୍ରିୟାରାହିତ୍ୟ Inactivity.
  7. ଅନିଷ୍ଟ Mischief.
  8. (ସଂ.ବିଣ.) ଅକରଣୀୟ; ଅନାଚରଣୀୟ; ଅକର୍ତ୍ତବ୍ୟ; ଯାହା କରିବା ଅନୁଚିତ Improper.
  9. ଅପରାଧଜନକ Criminal.
  10. (ଦେ.ବି.) - ଅପ୍ରୟୋଜନ Want of utility.
  11. ଅନୁପ୍ରକାର; ଅପକାର; କ୍ଷତି Injury; loss. 
  12. (ଦେ.ବିଣ.) - ବୃଥା; ବିଫଳ Vain; fruitless.
297 ଅକାର୍ଯ୍ୟକ୍ଷମ
  1. Akārj̄yakshama (ସଂ.ବିଣ.)କର୍ମ କରିବାକୁ ଅକ୍ଷମ Unfit for work.
  2. ଅପଟୁ Unskilful. 
  3. ମନ୍ଦକର୍ମ କରିବାରେ ପଟୁ Skilful in doing evil deeds.
  • (ଅକାର୍ଯ୍ୟକ୍ଷମା - ସ୍ତ୍ରୀ)
298 ଅକାଳ
  1. Akāḻa (ସଂ.ବି.) - ଅପ୍ରଶସ୍ତ କାଳ; ଶାସ୍ତ୍ରମତେ ଅଶୁଦ୍ଧ କାଳ; ପୁଣ୍ୟକାର୍ଯ୍ୟ ବା ଶୁଭକର୍ମ କରିବାର ଅନୁପଯୁକ୍ତ ସମୟ  A time which is not considered favourable for the performance of religious rites.
  2. ଅମଙ୍ଗଳସୂଚକ ସମୟ; ଯେଉଁ ସମୟରେ ଅଶୁଭ ଶକୁନମାନ ଦୃଷ୍ଟି ଗୋଚର ହୁଏ Portentious time; inauspicious time.
  3. କୌଣସି ବିଶିଷ୍ଟ କାର୍ଯ୍ୟ କରିବା ପାଇଁ ଅନୁପଯୁକ୍ତ ସମୟ Time concsidered unfit for any particular work.
  4. ଦୁଃସମୟ; ଯେଉଁ ସମୟରେ ଦେଶରେ ବିପଦ ପଡ଼େ A time of general calamity; a time of general distress.
  5. ଦୁର୍ଭିକ୍ଷ; ଶସ୍ୟହାନି ଯୋଗୁଁ ଯେଉଁ ସମୟରେ ଲୋକେ ଖାଇବାକୁ ପାଆନ୍ତି ନାହିଁ A bad season; famine; scarcity. 
  6. ଅପୂର୍ଣ୍ଣକାଳ Time which is not yet ripe for any matter.
  7. ଅଦିନ; ଅଋତୁ; ଯେଉଁ ଋତୁରେ ଯାହା ଘଟିବାର ତାହା ଛଡ଼ା ଅନ୍ୟ ଋତୁ Unseasonable time.
  8. ଜୀବିତକାଳ ପୂରି ନ ଥିବା ସମୟ Time when a person is not yet of the age to die.
  9. (ଦେ.ବି) (କାଳର ସୃଷ୍ଟି ପୂର୍ବରୁ ବିଦ୍ୟମାନ ଥିବାରୁ) ଶିଖମାନଙ୍କ ଉପାସ୍ୟ ଦେବ; ପରମେଶ୍ୱର The God of the Sikhs; the Deity of the sikhs.
    [ଅକାଳ'ଙ୍କୁ ପୂଜା କରିବାରୁ ଏମାନଙ୍କ ନାମ ଅକାଳୀ]
  10. ଦକ୍ଷପ୍ରଜାପତିଙ୍କ କନ୍ୟା ଓ କାଶ୍ୟପଙ୍କର ସ୍ତ୍ରୀମାନଙ୍କ ମଧ୍ୟରୁ ଏକତମା; ଯାହାଙ୍କଠାରୁ ପର୍ବତାଦି ଜନ୍ମି ଥିଲେ  Name of a daughter of Daksha Prājapati who is said to have Given birth to the mountains.
299 ଅକାଳକାଣ୍ଡ
  1. Akāḻakāṇda (ଦେ.ବି.) - (ଅକାଳରେ ଉପଗତ କାଣ୍ଡ) ଅକସ୍ମାତ୍ ଆସି ପଡ଼ିବା ଶର An arrow which comes from nowhere. 
  2. ଅକସ୍ମାତ୍ ଓ ଅପ୍ରତ୍ୟାଶିତଭାବରେ ଉପସ୍ଥିତ ହେବା ବିପଦ  A sudden calamity; a bolt from the blue.
  3. ଅସମୟରେ ଘଟିବା କାଣ୍ଡ ବା ଘଟଣା An unexpected incident.
300 ଅକାଳକୁଷ୍ମାଣ୍ଡ

Also : [ ଅଦିନିଆ କଖାରୁ ]

  1. Akāḻakushmāṇḍa (ସଂ.ବି.) - ଅଋତୁରେ ଫଳିବା ପାଣିକଖାରୁ A white gourd born out of season.
  2. କୁଳାଙ୍ଗାର; କୁଳପାଂଶଳ ବ୍ୟକ୍ତି An evil son; an unworthy son of a family.
Page 60 of 605



expoodisha.com

 

Other Dictionary