Language Section

 

 

 

 

 

 

Dictionary : View_page

ID Main Word Content
281 ଅକାମକୃତ
  1. Akāmakṛuta (ସଂ.ବିଣ)ଫଳପ୍ରାପ୍ତିର ଆଶା ନ ରଖି କରାଯିବା (କର୍ମ) (act) Done without any hankering.
282 ଆକାମାବୈ

Also [ ଆକାମାବଇ ]

  1. Akāmāba̲i̱ (ଦେ.ଅ) - [ ଆକାମାବୈ; ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଏ ଚାରିଟି ଧର୍ମ ମାସର ଆଦ୍ୟ ଅକ୍ଷର ଦ୍ୱାରା ଗଠିତ ଶବ୍ଦ ] କାର୍ତ୍ତିକ ପୂର୍ଣ୍ଣିମା ସକାଳେ ସ୍ନାନ କରିବା ବେଳେ ଗଙ୍ଗାମାତାଙ୍କୁ (ଜଳ ଦେବୀ) ଭଙ୍ଗା ଗୁଆରେ ଖିଲ ମୋଡ଼ା ହୋଇଥିବା ପାନଖିଲ ଉପହାର ପ୍ରଦାନପୂର୍ବକ ସ୍ତ୍ରୀ ଓ ବାଳକବାଳିକାମାନଙ୍କ ବୋଲିବା ପଦର ପ୍ରଥମ ମ ଚରଣ। The first foot of the quadret uttered by females, boys and girls while presenting betel and nut to the water-Deity while bathing early in the morning of the fullmoon of the month of Kartika. ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର।   [ଦେଶଜ. ପ୍ରବଚନ]
  2. (ଦେ.ବି) - ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ, ହିନ୍ଦୁଙ୍କର ଏହି ଚାରିଗୋଟି ଧର୍ମ ମାସ। The four holy months of Āshāṟḏẖa, Kārtika, Māgha and Ba̲i̱ṡākha (according to the Hindus.)
  3. ଉପରୋକ୍ତ ଚାରି ମାସର ପୂର୍ଣ୍ଣମା  The fullmoon days of the above four months. 3। ଉପରୋକ୍ତ ଚାରି ମାସରେ ବ୍ରତଧାରିମାନଙ୍କ କୃତ ପୁଣ୍ୟ Pious acts done during the above four months by persons who observe vows.
283 ଆକାମାବୈ ବୁଡ଼
  1. Akāmābai buṟḍ̠a (ଦେ.ବି) - କାର୍ତ୍ତିକପୁର୍ଣ୍ଣିମାରେ 'ଅକାମାବୈ' ଉଚ୍ଚାରଣ ପୂର୍ବକ ଗଙ୍ଗା ଆଦି ତୀର୍ଥରେ ସ୍ନାନ  Bath taken in holy rivers on the fullmoon morning of the month of Kartika.
284 ଅକାମିକା
  1. Akāmikā (ଦେ.ବିଣ.) - ଅକର୍ମଣ୍ୟ (ବ୍ୟକ୍ତି ବା ବସ୍ତୁ) Useless.
  2. କର୍ମର ଅନୁପଯୋଗୀ (ବ୍ୟକ୍ତି ବା ବସ୍ତୁ) Unfit for work.
  3. ଅଖଟୁ; ଅଳସୁଆ Idle.
285 ଅକାମୀ
  1. Akāmī (ସଂ.ବିଣ.) - କାମନାରହିତ Free from desires.
  2. ନିଃସ୍ୱାର୍ଥ Unselfish.
  3. ଜିତେନ୍ଦ୍ରିୟ Free from amour.
  4. (ଦେ.ବିଣ) - ଅକର୍ମଣ୍ୟ (ବ୍ୟକ୍ତି ବା ବସ୍ତୁ) Useless. 
  5. କର୍ମର ଅନୁପଯୋଗୀ (ବ୍ୟକ୍ତି ବା ବସ୍ତୁ) Unfit for work. 
  6. ଅଖଟୁ; ଅଳସୁଆ Idle.
  • (ଅକାମିନୀ - ସ୍ତ୍ରୀ)
Page 57 of 605



expoodisha.com

 

Other Dictionary