Odia Dictionary


Back

ଅଦିଆ

Also : [ ଅଦାତା ]




  1. Adiā (ଦେ.ବିଣ.) - ଯେ ଦାତା ବା ଦାନଶୀଳ ନୁହେ Not charitable.

  2. କୃପଣ Miserly.

  3. ଯେ ଧନ ଦେବା ପାଇଁ ଦାୟୀ ନୁହେ Not liable to pay.

  4. ଅଦତ୍ତ Not given.

  5. (ଦେ.ବି.) ବାଜିଗର କେଳାମାନେ ପାଖରେ ରଖିଥିବା କନାର କଣ୍ଢେଇ A doll made of rags exhibited by jugglers during their performance.





 [ ଦ୍ର ] କେଳାମାନେ ବାଜି ଦେଖାଇଲା ବେଳେ ଦର୍ଶକମାନଙ୍କ ସାମନାରେ ଏ କଣ୍ଢେଇକୁ ରଖି "ଅଦିଆ ମୁଣ୍ଡରେ ଥୁକ" କହି ଏ କଣ୍ଢେଇ ମୁହଁରେ ମଝିରେ ଘୃଣାସହକାରେ ଛେପ ପକାଇଥାନ୍ତି। ଏଥିରୁ ଏହା ସୂଚିତ ହୁଏ ଯେ ବର୍ତ୍ତମାନ ଯେଉଁ ମାନେ ଦର୍ଶକରୁପେ ଉପସ୍ଥିତ ସେମାନେ ଏ ବାଜିଗରକୁ ମନ ବୋଧ କରି ବିଦାକି ନ ଦେଲେ ଅନ୍ୟତ୍ର ଏହି ଅଦିଆକୁ ସମ୍ବୋଧନ କରି ସେମାନଙ୍କୁ ଲକ୍ଷ କରି ସେମାନଙ୍କ ମୁହଁରେ ମଧ୍ୟ ଛେପ ପଡ଼ିବ]