
ପୌରାଣିକ ମତରେ ଧର୍ମଙ୍କ ଔରସରେ ବସୁ
ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ। ଦକ୍ଷ କନ୍ୟା ସ୍ୱାହା ଓ ସ୍ୱଧା ଏହାଙ୍କର
ଦୁଇ ଭାର୍ଯ୍ୟା। ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର
ଅଧିପତି ଅଟନ୍ତି। ଏହାଙ୍କ ବାହନ ଛାଗ। ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା
ଗ୍ରହଣ କରି ତୃପ୍ତ ହୁଅନ୍ତି। ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି;
ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ
ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ। ଅଗ୍ନିଙ୍କର ସପ୍ତଜିହ୍ୱା (କରାଳୀ, ଧୂମିନୀ, ଶ୍ୱେତା,
ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଛି।
ଅଗ୍ନିଦେବଙ୍କ ଔରସରେ ସ୍ୱାହାଙ୍କ
ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ବେଦୋକ୍ତ
ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ୱାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ
ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକମାନେ ଗୃହରେ ରକ୍ଷା କରନ୍ତ।
ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ୱନିରୂପିଣୀ ବା ବିଶ୍ୱନନ୍ଦା ବା ପ୍ରଦୀପ୍ତା।
ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ୱା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ।
କର୍ମବିଶେଷରେ ଏହି ସପ୍ତ ଜିହ୍ୱାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା।
ଶ୍ୱେତ, ପୀତ, ରକ୍ତ, କୃଷ୍ଣ, ନୀଳ,
ଧୂମ୍ର, ପାଟଳ।
[ଦ୍ର] ସୃଷ୍ଟିର ୫ ଗୋଟି ମୌଳିକ ଉପାଦାନ ବା ପଞ୍ଚଭୂତ ମଧ୍ୟରୁ ଅଗ୍ନି ଗୋଟିଏ। ପୁରାଣ ମତରେ ବାୟୁରୁ ଅଗ୍ନି ଓ ଅଗ୍ନିରୁ ଜଳ ଉତ୍ପନ୍ନ। ହିନ୍ଦୁଶାସ୍ତ୍ରମତରେ ଅଗ୍ନି ତିନି ପ୍ରକାରରେ ଜନ୍ମେ ୧. ଭୌମ - ପୃଥିବୀ ବା ପାର୍ଥିବ ବସ୍ତୁରୁ; ୨. ଦିବ୍ୟ - ଶୂନ୍ୟରୁ ବା ଆକାଶରୁ ଓ ୩. ଜାଠର ପେଟରୁ ଉତ୍ପନ୍ନ; ପାକଶକ୍ତି। ବୈଦିକ ଓ ଗାର୍ହସ୍ଥ୍ୟ ଅନୁଷ୍ଠାନରେ ଭିନ୍ନ ଭିନ୍ନ ଉପଲକ୍ଷରେ ବ୍ୟବହୃତ ଅଗ୍ନିର ଭିନ୍ନ ଭିନ୍ନ ନାମ ଅଛି। ଅଗ୍ନିର ସଂଖ୍ୟାକୁ କେହି ତିନି (ତ୍ରେତାଗ୍ନି) କେହି ପାଞ୍ଚ (ପଞ୍ଚାଗ୍ନି) ଗଣନ୍ତି।]