Odia Dictionary
Back
ଅନର୍ଗଳ
Also : [ ଅନରଗଳ ]
- Anargaḻa (ସଂ.ବିଣ.) - ବାଧାରହିତ Unhindered; free from obstruction.
- ମଝିରେ ମଝିରେ ବନ୍ଦ ହେଉ ନ ଥିବା; ଅବିରାମ Uninterrupted.
- ନିରଙ୍କୁଶ Unfettered.
- ଅପ୍ରତିବନ୍ଧ Unrestrained.
- ସ୍ୱେଚ୍ଛାଚାରୀ Licentious.
- ସ୍ୱାଧୀନ Free; independent.
- ଯହିଁରେ କିଳିଣୀ ନ ଥାଏ Having no bar.
- (ଗ୍ରା.ବିଣ.) - ଅତି ଦୃଢ଼ Very strong.
- ଅବିଶ୍ରାନ୍ତଭାବରେ Uninterruptedly.
- ଗଡ଼ ଗଡ଼ କରି (କହିବା) Very fluently. (ଯଥା - ବକ୍ତା ଅନରଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ)